
ନୂଆଦିଲ୍ଲୀ-ଦେଶରେ ଜରୁରୀକାଳ ଲାଗୁ ହେବାର ୫୦ ବର୍ଷ ପୂର୍ଣ୍ଣ ହେବା ଅବସରରେ ରାଜଧାନୀ ଦିଲ୍ଲୀର ତ୍ୟାଗରାଜ୍ ଷ୍ଟାଡିୟମ୍ରେ ଆଜି ‘ସଂବିଧାନ ହତ୍ୟା ଦିବସ’ ପାଳନ କରାଯିବ। ଏହି ଅବସରରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ‘ଗଣତନ୍ତ୍ର ଅମର ରହେ ଯାତ୍ରା’କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମ କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରଣାଳୟ ଓ ଦିଲ୍ଲୀ ସରକାର ମିଳିତ ଭାବେ ଆୟୋଜନ କରୁଛନ୍ତି।
ଏହି ଯାତ୍ରା ଦେଶବ୍ୟାପୀ ଭ୍ରମଣ କରି ସାମ୍ବାଧାନିକ ମୂଲ୍ୟବୋଧ, ଗଣତାନ୍ତ୍ରିକ ଅଧିକାର ଓ ଜରୁରୀକାଳ ଠାରୁ ମିଳିଥିବା ଶିକ୍ଷା ବିଷୟରେ ଲୋକମାନଙ୍କୁ ସଚେତନ କରିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍, ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଉପସ୍ଥିତ ରହିବେ।