
କନ୍ଧମାଳ– ଫୁଲବାଣୀ ରୋଟାରୀ କ୍ଲବ ପରିସରରେ ନୂତନ ଭାବେ ଆଇ କେୟାର୍ ସେଣ୍ଟର୍ ଉଦଘାଟିତ ହୋଇଛି l ସୋମବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଡିଷ୍ଟ୍ରିଟ ଗଭର୍ଣ୍ଣର ଯଜ୍ଞାଶିସ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହlକୁ ଉଦ୍ଘାଟନ କରିଥିଲେ l ଏହି ଆଇ କେୟାର ସେଣ୍ଟର୍ ଦ୍ଵାରା କନ୍ଧମାଳ ଜିଲାର ଗରୀବ ଜନସାଧାରଣ ଉପକୃତ ହେବେ ବୋଲି ରୋଟାରୀ ଗଭର୍ଣ୍ଣର ମହାପାତ୍ର କହିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ସେକ୍ରେଟେରୀ ଜେନେରାଲ ଭୁବନେଶ୍ୱର ରସାନନ୍ଦ ରାଉତ, ଫୁଲବାଣୀ ରୋଟାରୀ କ୍ଳବ୍ ସଭାପତି ବିପ୍ର ଚରଣ ପାତ୍ର, ସମ୍ପାଦକ ବିଜୟ ପଟ୍ଟନାୟକ, ପୂର୍ବତନ ସଭାପତି ପ୍ରଶାନ୍ତ କୁମାର ପାଣିଗ୍ରାହି, ରୋଟରିଆନ ସୁନୀଲ ପଟ୍ଟନାୟକ, ସର୍ବେଶ୍ଵର ମିଶ୍ର, କୁନ୍ଦନ ସିଂ, ବିରଜା ନାହାକ, କେ. ଜ୍ଞାନ ଦୋରା, ହରିଶ୍ଚନ୍ଦ୍ର ମହାରଣା, ପ୍ରସନ୍ନ ପଣ୍ଡା, ଦେବେନ୍ଦ୍ର ପାତ୍ର, ରବି ନାରାୟଣ ସୁବୁଦ୍ଧି, ପଦ୍ମ ଚରଣ ସ୍ବାଇଁ, ପ୍ରକାଶ କୁମାର ପଣ୍ଡା, ସିମଞ୍ଚାଲ ବେହେରା, ମୋନୋରଞ୍ଜନ ପଟ୍ଟନାୟକ, ଉର୍ମିଳା ପଣ୍ଡା, ଶୁଭ୍ରl ପଟ୍ଟନାୟକ, ଅନିତା ପଟ୍ଟନାୟକ, ସୂବ୍ରିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l