
oplus_0
ଜୟପୁର– ଜୟପୁର ସହରର ଏକ ହୋଟେଲରେ ଆଜି ଯୁବ ବିଜେପି ତରଫରୁ ମକ ପାର୍ଲାମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୁପୁ ଭତ୍ରା, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ସମ୍ପାଦିକା ପୁର୍ଣିମା ନାୟକ, ଜିଲା ସଭାପତି ଶିବ ମୁଦୁଲି, ଜୟପୁର ବିଧାୟକ ପ୍ରାର୍ଥି ଗୌତମ ସାମନ୍ତରାୟ, ଅଭିଷେକ ହୋତା ଓ ବିଶ୍ୱ ତ୍ରିପାଠି ଉପସ୍ଥିତ ଥିଲେ । ଦେଶରେ ଜାରି ହୋଇଥିବା ଜରୁରିକାଳିନ ପରିସ୍ଥିତିକୁ ୫୦ ବର୍ଷ ପୁରିବାକୁ ଯାଉଛି । ଏହି ଅବସରରେ ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ତରଫରୁ ପ୍ରତିବାଦ ଜୟପୁରରୁ ଆରମ୍ଭ କରାଯାଇଛି । ୫୦ ବର୍ଷ ତଳେ କଂଗ୍ରେସ ଶାସନ ସମୟରେ ଗଣତନ୍ତ୍ର ଓ ସମ୍ବିଧାନକୁ ହତ୍ୟା କରି କିପରି ଦେଶବାସୀଙ୍କ ମୌଳିକ ଅଧିକାର ଓ ବାକ ସ୍ୱାଧିନତାକୁ କ୍ଷୁର୍ଣ କରାଯାଇଥିଲା । ଏହି ସମ୍ପର୍କରେ ଯୁବ ପିଢିଙ୍କୁ ଆବଗତ କରାଇବା ଏହି ମକ ପାର୍ଲାମେଣ୍ଟର ମୂଳ ଲକ୍ଷ୍ୟ । ଆଜି ଜୟପୁରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ୨୫ ତାରିଖରେ ଭୁବନେଶ୍ୱର ଓ ୨୮ ତାରିଖରେ ରାଉଲକେଲାରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।
ଏ ସମ୍ପର୍କରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ପ୍ରତିକ୍ରିୟା ନେବାରେ ସେ କହିଥିଲେ ଯେ, ତାଙ୍କୁ ଲଜ୍ୟା ଲାଗିବା କଥା କାରଣ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ପାକିସ୍ତାନ ସହ ଲଢେଇ କରି ୨ ଭାଗ କରିଥିଲେ । ଗୋଟିଏ ପାକିସ୍ତାନ ଓ ଅନ୍ୟଟି ବାଙ୍ଗଲାଦେଶ । ଇନ୍ଦିରା ଗାନ୍ଧୀ ହେଉଛନ୍ତି ଆଇରନ ଲେଡି । ବିଜେପି କଳା ଦିବସ ନୁହଁ ଧଳା ଦିବସ ପାଳନ କରିବା କଥା । ତାଙ୍କ ବିରୁଦ୍ଧରେ ଯେଉଁ କଳା ଦିବସ ପାଳନ କରୁଛନ୍ତି ତାହା ନିନ୍ଦନିୟ କଥା ବୋଲି ବିଧାୟକ ଶ୍ରୀ ବାହିନିପତି ପ୍ରତିକ୍ରିୟା ଦେଇଛନ୍ତି ।