-
ଲକ୍ଷଣ ଦେଖାଗଲେ ତୁରନ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର – କରୋନା ଭାଇରସ୍ ନେଇ ସତର୍କ ରହିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ସ୍କୁଲ ପିଲାଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ସ୍କୁଲ ଗୁଡିକ ଉପରେ ଧ୍ୟାନ ରଖିବାକୁ କୁହାଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ କରୋନା ସମ୍ପର୍କିତ କୌଣସି ଲକ୍ଷଣ ଦେଖାଗଲେ ସ୍କୁଲ କର୍ତୃପକ୍ଷ ଚିକିତ୍ସା କରିବାକୁ କୁହାଯାଇଛି । ପିଲାମାନେ ସାନିଟାଇଜରରେ ହାତ ଧୋଇବେ, ରୁମାଲ ଦେଇ ଛିଙ୍କିବେ ଓ କାଶିବେ ଏବଂ ସକାଳ ପ୍ରାର୍ଥନା କ୍ଲାସରେ ପିଲାଙ୍କୁ ଏସବୁ କହିବାକୁ ସ୍କୁଲକୁ ନିର୍ଦ୍ଦେଶ ଥିବା ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଂଜ ବିହାରୀ ଧଳ କେନ୍ଦ୍ର ସଚିବଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଓଡିଶାରେ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ କେନ୍ଦ୍ରୀୟ ଟିମ୍ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଓଡିଶାରେ କରୋନା ପ୍ରତି ଆତଙ୍କିତ ହେବା ଭଳି ସ୍ଥିତି ଉପୁଜିନି । ବନ୍ଦର ଓ ବିମାନ ବନ୍ଦର ଗୁଡିକ ଉପର ସତର୍କ ଦୃଷ୍ଟି ରଖାଯାଇଛି । ୭ ଜଣ ସନ୍ଦିଗ୍ଧ ଙ୍କ ମଧ୍ୟରୁ ୬ ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ଅନ ଜଣଙ୍କୁ ଆଇସୋଲେସନ୍ ୱାର୍ଡରେ ରଖି ଚିକିତ୍ସା କରାଯାଉଛି ବୋଲି ସେ କହିଛନ୍ତି ।