
ଭୁବନେଶ୍ୱର-ଡାଇରିଆ ସ୍ଥିତିକୁ ନେଇ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ତତ୍ପରତା ଦେଖାଇଛି । 30 ଜିଲ୍ଲାର 98 ପ୍ରତିଶତ ପାନୀୟଜଳ ବିଶୋଧନ କରି ସାରିଲାଣି ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ । ଏନେଇ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି ।2 ଦିନ ଭିତରେ ସମସ୍ତ ପାନୀୟ ବିଶୋଧନ କାମ ସରିବ । 5 ଲକ୍ଷ 40 ହଜାର ଟ୍ୟୁବେଲ ଏବଂ 15000 ଓଏସଟି ବିଶୋଧନ ହୋଇଛି । 21000 ବୋରୱେଲ ମଧ୍ୟ ବିଶୋଧନ କରାଯାଇଛି । ଘରୋଇ ଓପନ ୱେଲ ବି ବିଶୋଧନ କରିଛୁ । ହଇଜା ସ୍ଥିତିକୁ ଦେଖି ବିଭାଗ ତତ୍ପରତା ସହ କାମ କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।