
ଭୁବନେଶ୍ୱର– ଭୁବନେଶ୍ବରରେ ଡେଙ୍ଗୁ ଓ ଜଳବାହିତ ରୋଗ ରୋକିବା ନେଇ ବିଏମସିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବର ମେୟରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ୱାଟୋକ, ସ୍ବାସ୍ଥ୍ୟ, ଡ୍ରେନେଜ, ଷ୍ଟାଣ୍ଡିଙ୍କ କମିଟି ଅଧକ୍ଷ ଓ ବିଭିନ୍ନି ସଫେଇ ଏଜେନ୍ସି ସହ ଏକାଧିକ ଲାଇନ ଡିପାର୍ଟମେଣ୍ଟ ଉପସ୍ଥିତ ଥିଲେ।
ଝାଡାବାନ୍ତି ପରେ ବିଏମସିକୁ ଡେଙ୍ଗ ଟେନସନ ବଢାଇଛି । ଡେଙ୍ଗୁ ଓ ଜଳବାହିତ ରୋଗ ରୋକିବା ନେଇ ବିଏମସି କରିଛି ମାନସମନ୍ଥନ। ୱାଟୋକ, ସ୍ବାସ୍ଥ୍ୟ, ଡ୍ରେନେଜ, ଷ୍ଟାଣ୍ଡିଙ୍କ କମିଟି ଅଧକ୍ଷ ଓ ବିଭିନ୍ନି ସଫେଇ ଏଜେନ୍ସି ଆଲୋଚନା କରି ରଣନିତୀ କରିଛି। ଲୋକଙ୍କୁ ସତେଚନ କରିବେ ସ୍ବଚ୍ଛ ସାଥୀ ଓ କର୍ପୋରେଟର। ଏବେ ସୁଦ୍ଧା ୪୫ ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଛନ୍ତି । ପ୍ରତି ୱାର୍ଡରେ ପାଣି ସଂଗ୍ରହ କରାଯାଉଛି ଜଳ ନମୁନା। ସେପଟେ ହୋଟେଲେ ଓ ଷ୍ଟ୍ରିଟ ଫୁଡରେ ସ୍ବାସ୍ଥ୍ୟକର ପରିବେଶ ଓ ଗୁଣବତ୍ତା ନେଇ ଯାଞ୍ଚ କରୁଛି ବିଏମସି ଫୁଡ ସ୍କ୍ବାର୍ଡ। ଏହା ସହିତ ବ୍ୟବସାୟିକ ଅନୁଷ୍ଠାନ ଗୁଡିକରେ ଫ୍ରେସ ଜିନିଷ ବିକ୍ରି କରିବା ନେଇ ନିର୍ଦ୍ଦେଶ ହୋଇଛି ।