
ରାୟପୁର -କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଅଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କର ନାରାୟଣପୁର ଗସ୍ତ ବାତିଲ ହୋଇଛି। ବର୍ତ୍ତମାନ ସେ ରାଜଧାନୀ ରାୟପୁରରେ ରହି ସୁରକ୍ଷା କମାଣ୍ଡରମାନଙ୍କୁ ଭେଟିବେ ଏବଂ ନକ୍ସଲ ବିରୋଧୀ ଅଭିଯାନ ଉପରେ ଆଲୋଚନା କରିବେ। ଛତିଶଗଡ଼ ଗସ୍ତର ପ୍ରଥମ ଦିନ ସେ ନକ୍ସଲବାଦ ବିଷୟରେ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାରଖଣ୍ଡ ଓ ଓଡ଼ିଶାର ଡିଜିପି, ଏଡିଜିପିଏବଂ ବରିଷ୍ଠ ଅଧିକାରୀମାନଙ୍କ ସହିତ ରାୟପୁରରେ ଏକ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ।
ଏଠାରେ ଉଲ୍ଲେଖନୀୟ ଯେ, କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଆଜି ଛତିଶଗଡ଼ର ନାରାୟଣପୁର ଗସ୍ତ କରିଥାନ୍ତେ, କିନ୍ତୁ ଏହା ବାତିଲ ହୋଇଛି। ଗୃହମନ୍ତ୍ରୀ ଶାହଙ୍କର ଏହି ଗସ୍ତ ନାରାୟଣପୁର ଅଞ୍ଚଳରେ ପ୍ରବଳ ବର୍ଷାର ପୂର୍ବାନୁମାନ ଥିବାରୁ ବାତିଲ କରାଯାଇଛି। ଆଜି ଅମିତ ଶାହ ରାୟପୁରରେ ସୁରକ୍ଷା କମାଣ୍ଡରମାନଙ୍କୁ ଭେଟି ନକ୍ସଲ ବିରୋଧୀ ଅଭିଯାନ ବିଷୟରେ ଆଲୋଚନା କରିବେ।