
ଗଂଜାମ,କିଛି ଦିନର ବିରତି ପରେ ପୁଣି ମନ୍ଦିର ଚୋରଙ୍କ ଉତ୍ପାତ ଆରମ୍ଭ ହୋଇ ଯାଇଛି । ଗତକାଲି ପୁଣି ଖଲିକୋଟ ଥାନା ମଥୁରା ଗ୍ରାମର କେଦାରେଶ୍ବରଙ୍କ ମନ୍ଦିରରେ ପଶି ହୁଣ୍ଡି ଭାଗିଂ ପ୍ରାୟ 50 ହଜାରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ଖଲିକୋଟ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।