ଭୁବନେଶ୍ୱର- ରାଜ୍ୟର ଯେକୌଣସି ସ୍ଥାନରେ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ (ଏସଟିପିଆଇ)ର ସେଂଟର ପ୍ରତିଷ୍ଠା ନିମନ୍ତେ ୩ ଏକର ପର୍ଯ୍ୟନ୍ତ ସରକାରୀ ଜମି ବିନା ପ୍ରିମିୟମ୍ ଓ ବିନା ଇନ୍ସିଡେଂଟାଲ ଚାର୍ଜେସ୍ ରେ ଲିଜ୍ ସୂତ୍ରରେ ଯୋଗାଇବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ତେବେ ଲିଜ୍ ରେ ପ୍ରଦାନ କରିବାକୁ ଥିବା ଏହି ସରକାରୀ ଜମି ନିମନ୍ତେ ଏଟିପିଆଇ କର୍ତୃପକ୍ଷ ଜମିର ବଜାର ଦରର ୧ ପ୍ରତିଶତ ହିସାବରେ ବାର୍ଷିକ ଖଜଣା ଓ ବାର୍ଷିକ ଖଜଣାର ୭୫ ପ୍ରତିଶତ ହିସାବରେ ସେସ୍ ଦେବାକୁ ପଡିବ ବୋଲି କ୍ୟାବିନେଟ୍ ସଚିବ ସୂଚନା ଦେଇଛନ୍ତି ।
Related Stories
November 23, 2024