
ଭୁବନେଶ୍ୱର– ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ଵତୀ ମହାଭାଗଙ୍କର ପ୍ରାକଟ୍ୟ ଦିବସରେ ନମନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଦ୍ୟ ଆଷାଢ଼ କୃଷ୍ଣ ତ୍ରୟୋଦଶୀ ତିଥି, ଇଂରାଜୀ ତାରିଖ ୨୩ ଜୁନରେ ସନାତନ ଧର୍ମର ସାର୍ବଭୌମ ଧର୍ମଗୁରୁ ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧୀଶ ପୂଜ୍ୟ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ଵତୀ ମହାଭାଗଙ୍କର ୮୩ ତମ ପ୍ରାକଟ୍ୟ ଦିବସ ଅବସରରେ ତାଙ୍କ ପାଦପଦ୍ମରେ ମୋର ଭକ୍ତିପୂତ ପ୍ରଣାମ ଜଣାଉଛି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଜଗତଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦରୁ ରାଜ୍ୟର ଉନ୍ନତି ସାଧିତ ହେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।