
ଭୁବନେଶ୍ୱର – ରାଜ୍ୟ ପୋଲିସ ଡିଜିଙ୍କ ଅଧକ୍ଷତାରେ ରେଲୱେ ବିଭାଗର ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରେଳବାଇ ସୁରକ୍ଷା ଓ ଆଜି ପର୍ଯ୍ୟନ୍ତ ରେବାଇରେ ହୋଇଥିବା ଅଭିଯୋଗ ଉପରେ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା ।
ବୈଠକ ପରେ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ କହିଛନ୍ତି ରଜ୍ୟର ସମସ୍ତ ବଡ଼ ବଡ଼ ରେଳ ଷ୍ଟେସନରେ ସିସିଟିଭି ଲାଗିଛି । ଯେଉଁ ରେଳ ଷ୍ଟେସନରେ ସିସିଟିଭି ଲାଗି ନାହିଁ ସେଠାରେ ସିସିଟିଭି ଲଗାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସିସିଟିଭି ଫୁଟେଜ ରେଳବାଇ ପୋଲିସ ଅଧିକାରୀଙ୍କ ପାଖରେ କେମିତି ପହଂଚିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ରେଳରେ ଯାତ୍ରା କରିଥିବା ଯାତ୍ରୀଙ୍କ ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଯାତ୍ରୀ ମାନଙ୍କ ସୁବିଧା ପାଇଁ କେଉଁ ସବୁ ବ୍ୟବସ୍ଥା ଜିଆରପି କରିବ ଏବଂ କେଉଁ ବ୍ୟବସ୍ଥା ଆରପିଏଫ୍ କରିବ ଓ କେଉଁ ବ୍ୟବସ୍ଥା ରେଳବାଇ କରିବ ସେନେଇ ଆଲୋଚନା ହୋଇଥିଲା। ଅପରାଧ ଉପରେ ରେଳବାଇ ପୋଲିସ ତୀକ୍ଷ୍ଣ ନଜର ରଖିବ ବୋଲି କହିଛନ୍ତି ଡିଜିପି।