
ଭୁବନେଶ୍ୱର- ରାଇଘର ସ୍ଥିତ ସରକାରୀ ପୂର୍ବତନ ବୋର୍ଡ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏନେଇ ମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ, ରାଇଘର ସ୍ଥିତ ସରକାରୀ ପୂର୍ବତନ ବୋର୍ଡ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛି। ବିଦ୍ୟାଳୟଟି ଅସଜଡା ଓ ଅବ୍ୟବସ୍ଥିତ ଅବସ୍ଥାରେ ରହିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ। ବିଦ୍ୟାଳୟର ଶିକ୍ଷୟିତ୍ରୀମାନଙ୍କୁ ଏ ସମ୍ପର୍କରେ ପରାମର୍ଶ ଦେବା ସହିତ ସଚେତନ କରିଛି। ଆଗାମୀ ଦିନରେ ଏ ସବୁରେ ସୁଧାର ଆସିବା ଦରକାର। ପିଲାମାନଙ୍କୁ ସୁସ୍ଥ ପରିବେଶ ଓ ସୁନ୍ଦର ଶିକ୍ଷାଦାନର ଆବଶ୍ୟକ ରହିଛି।