
ଭୁବନେଶ୍ୱର– ୧୦୦ ମିଟର ବଟର ଫ୍ଲାଏ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୃଷ୍ଟି ଉପାଧ୍ୟାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ୭୮ତମ ସିନିୟର ନ୍ୟାସନାଲ୍ ଆକ୍ଵାଟିକ୍ ଚାମ୍ପିୟନସିପ୍ ୨୦୨୫ ର ୧୦୦ ମିଟର ବଟର ଫ୍ଲାଏ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଅର୍ଜନ କରି ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିଥିବା କ୍ରୀଡ଼ାବିତ୍ ସୃଷ୍ଟି ଉପାଧ୍ୟାୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛନ୍ତି ମନ୍ତ୍ରୀ।