
ଭୁବନେଶ୍ୱର – ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ସୋମବାର ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଠାରେ ଶିଶୁମାନଙ୍କ ଯତ୍ନ,ସୁରକ୍ଷା ଓ ପୁନର୍ବାସ ସେବାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆମରି ଶିଶୁ ୱେବ ପୋର୍ଟାଲ୍ ଲୋକାର୍ପଣ କରିଛନ୍ତି । ଏହି ୱେବ ପୋର୍ଟାଲ, ଶିଶୁ ସୁରକ୍ଷା ୟୁନିଟ, ଶିଶୁ କଲ୍ୟାଣ କମିଟି , କିଶୋର ନ୍ୟାୟ ବୋର୍ଡ , ଶିଶୁ ଯତ୍ନ ପ୍ରତିଷ୍ଠାନଏବଂ ଅନ୍ୟାନ୍ୟ ସେବା ପ୍ରଦାନକାରୀ ଓ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ସୁଗମ ସମନ୍ୱୟ ସକ୍ଷମ କରିବ ବୋଲି ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି। ଏହି ପୋର୍ଟାଲ ମାଧ୍ୟମରେ ରାଜ୍ୟରେ ଶିଶୁ କଲ୍ୟାଣ, ଶିଶୁ ପୋଷଣ ଓ ଶିଶୁ ସୁରକ୍ଷା କ୍ଷେତ୍ରର କାର୍ଯ୍ୟଶୈଳୀରେ ସୁଧାର ଆସିବ। ଡିଜିଟାଲି ଅପଡେଟ ତଥ୍ୟ ସାହାଯ୍ୟରେ ଶିଶୁ ସ୍ୱାସ୍ଥ୍ୟ ଓ ପୋଷଣ ସଠିକ ଭାବେ ଟ୍ରାକ ହୋଇପାରିବ।ଏହି ୱେବ ପୋର୍ଟାଲ୍ ମାଧ୍ୟମରେ ପୋଷଣ ଟ୍ରାକର ଓ ଚାଇଲ୍ଡ ହେଲ୍ପଲାଇନ ଲାଇନ ନମ୍ବର ୧୦୯୮ର ସମନ୍ୱୟ ମଧ୍ୟ ରହିପାରିବ। ଏହି ପୋର୍ଟାଲ୍ ମିଶନ ବାତ୍ସଲ୍ୟ, ଯଶୋଦା, ଆଶୀର୍ବାଦ ଭଳି ଯୋଜନାଗୁଡିକର ଅଦ୍ୟତନ ତଥ୍ୟ ବିଷୟରେ ଜନସାଧାରଣଙ୍କୁ ଅବଗତ କରେଇପାରିବ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ସହ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଉପସ୍ଥିତ ଥିଲେ ।