
ତେହରାନ– ଇରାନର ରାଜଧାନୀ ତେହରାନ୍ରେ ଘଟିଥିବା ଏକ ଇସ୍ରାଏଲୀ ବିମାନ ଆକ୍ରମଣରେ ଲେବାନନୀ ସଶସ୍ତ୍ର ସଂଗଠନ “ହିଜ୍ବୁଲ୍ଲା”ର ଜଣେ ବରିଷ୍ଠ ସଦସ୍ୟ ଅବୁ ଅଲି ଖଲିଲ୍ ନିହତ ହୋଇଛନ୍ତି। ସେ ସଂଗଠନର ପୂର୍ବତନ ମୃତ ପ୍ରମୁଖ ହସନ୍ ନସ୍ରୁଲ୍ଲାହଙ୍କ ଅଙ୍ଗରକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ଖଲିଲଙ୍କ ସହିତ ଇରାନ-ସମର୍ଥିତ ଇରାକୀ ସଶସ୍ତ୍ର ଗ୍ରୁପ “କତାଏବ୍ ସୟିଦ ଅଲ-ଶୁହଦା”ର ସୁରକ୍ଷା ପ୍ରମୁଖ ମଧ୍ୟ ଏହି ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି।
ଲେବାନନର ଜଣେ ବରିଷ୍ଠ ସୁରକ୍ଷା ସୂତ୍ରରୁ ଜଣାପଡିଛି ଯେ ଅବୁ ଅଲି ଖଲିଲ୍ ଇରାକର ଧାର୍ମିକ ଯାତ୍ରାରେ ଥିଲେ, ସେଠାରେ ତାଙ୍କ ଭେଟ “କତାଏବ୍” ଗୋଷ୍ଠୀର ନେତାଙ୍କ ସହ ହୋଇଥିଲା। ଦୁହେଁ ଏକାସାଥି ତେହରାନ୍ ପହଞ୍ଚିଥିଲେ ଏବଂ ସେଠାରେ ଇସ୍ରାଇଲୀ ଆକ୍ରମଣରେ ଖଲିଲ୍ ଙ୍କ ପୁଅ ସହ ନିହତ ହୋଇଥିଲେ। କତାଏବ୍ ସୟିଦ ଅଲ-ଶୁହଦା ଏକ ବିବୃତି ଜାରି କରି ଏହି ଆକ୍ରମଣ ଏବଂ ଦୁଇଜଣ ସଦସ୍ୟଙ୍କର ମୃତ୍ୟୁ ନେଇ ସୂଚନା ଦେଇଛି। ଏହା ମଧ୍ୟରେ, ବେରୁତର ଦକ୍ଷିଣ ଉପନଗର ଦାହିୟେହରେ ଶୋକର ମାହୋଲ ଖେଳିଯାଇଛି ।