
ଭୁବନେଶ୍ୱର– ଅନ୍ତର୍ଜାତୀୟ ଯୋଗଦିବସର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମସ୍ତଙ୍କୁ ଅନେକ ଶୁଭକାମନା । ଯୋଗ ହେଉଛି ମନ, ଶରୀର ଓ ଆତ୍ମାର ସମତୁଳନର ଏକ ପଥ। ଏହା ଭାରତୀୟ ସଂସ୍କୃତି ଓ ଜ୍ଞାନ ପରମ୍ପରାର ଏକ ଅମୂଲ୍ୟ ଉପହାର, ଯାହା ସ୍ୱାସ୍ଥ୍ୟପୂର୍ଣ୍ଣ ଜୀବନ ଓ ଆଧ୍ୟାତ୍ମିକ ସନ୍ତୁଳନର ଆଧାର।
ଆସନ୍ତୁ,ଯୋଗର ଶାଶ୍ୱତ ଆଦର୍ଶଗୁଡ଼ିକୁ ଅନୁସରଣ କରି ଏକ ସୁସ୍ଥ, ସମନ୍ୱୟମୂଳକ ଓ ଉନ୍ନତ ଭବିଷ୍ୟତ ପାଇଁ ସଂକଳ୍ପବଦ୍ଧ ହେବା।