
ଲକ୍ଷ୍ନୌ– ଡ.କେଶବ ବଳିରାମ ହେଡଗେୱାରଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଭାରତ ମାତାର ଆରାଧକ, ରାଷ୍ଟ୍ରଚେତନାର ଜାଗ୍ରୁତ ପୁରେଧା ଆରଏସଏସର ପ୍ରତିଷ୍ଠାତା ତଥା ପ୍ରଥମ ସରସଂଘଚାଳକ ଶ୍ରଦ୍ଧେୟ ଡ.କେଶବ ବଳିରାମ ହେଡଗେୱାରଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି କୋଟି ପ୍ରଣାମ । ଦେଶ ପ୍ରଥମ ଭାବନାରେ ଓତପ୍ରୋତ ଆପଣଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣାସ୍ରୋତ ଅଟେ ।