
ନୂଆଦିଲ୍ଲୀ– ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଶନିବାର ଦିନ ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦ ପରିସରରେ ଆୟୋଜିତ ଯୋଗ ଅଧିବେଶନର ନେତୃତ୍ୱ ନେଇଛନ୍ତି । ଏହି ଅବସରରେ ସାଂସଦ , ପୂର୍ବତନ ସାଂସଦ, ଲୋକସଭା ଓ ରାଜ୍ୟସଭା ସଚିବାଳୟର ଅଧିକାରୀ ଓ କର୍ମଚାରୀମାନେ ସହିତ ଶତାଧିକ ପ୍ରତିଯୋଗୀ ସାଧାରଣ ଯୋଗ ଅଭ୍ୟାସରେ ଭାଗ ନେଇଥିଲେ।
କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସଂସଦ ବାଚସ୍ପତି କହିଛନ୍ତି ଯେ, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, ବରଂ ଏହା ଶରୀର, ମନ ଓ ଆତ୍ମା ମଧ୍ୟରେ ସମନ୍ୱୟ ସ୍ଥାପନ କରିବାରେ ଏକ ଶକ୍ତିଶାଳୀ ମାଧ୍ୟମ। ସେ କହିଥିଲେ ଯେ, ଯୋଗ ଦ୍ୱାରା ବ୍ୟକ୍ତି ମାନସିକ ସ୍ୱାସ୍ଥ୍ୟ, ଆତ୍ମବଳ ଓ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହୁଏ, ଯାହା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳନ ଓ ସଫଳତା ଅଭିମୁଖେ ନେଇଥାଏ।
ବିର୍ଲା ଯୁବପିଢ଼ିଙ୍କୁ ସ୍ୱତନ୍ତ୍ର ଭାବରେ ଯୋଗ ଅନୁସରଣ କରିବା ପାଇଁ ଆହ୍ୱାନ ଦେଇ କହିଛନ୍ତି ଯେ, ଯୋଗ ଆତ୍ମବିଶ୍ୱାସ, ଧୈର୍ଯ୍ୟ, ମାନସିକ ସ୍ପଷ୍ଟତା ଓ ଜୀବନର ଉଦ୍ଦେଶ୍ୟକୁ ବୁଝିବାରେ ସହାୟକ ହୁଏ। ସେ କହିଛନ୍ତି ଯେ, ଆଜି ସମସ୍ତ ବିଶ୍ୱରେ ଯୋଗ ଦିବସକୁ ଉତ୍ସାହର ସହିତ ପାଳନ କରାଯାଉଛି ଓ କୋଟି କୋଟି ଲୋକ ଏହି ପ୍ରାଚୀନ ଭାରତୀୟ ପରମ୍ପରାକୁ ଅନୁସରଣ କରି ସକାରାତ୍ମକ ପରିବର୍ତ୍ତନର ଅନୁଭବ କରୁଛନ୍ତି।