
ଭୁବନେଶ୍ୱର– ବୀର ସୁରେନ୍ଦ୍ର ସାଏ ନଗର ଉନ୍ନୟନ ପରିଷଦ ପକ୍ଷରୁ ସ୍ଥାନୀୟ ଭୁବନେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଯୋଗ ଶିବିରରେ ଯୋଗ ଗୁରୁ ଇଂ ସୁରେଶ ଚନ୍ଦ୍ର କର ପ୍ରଥମେ ଯୋଗ ଓ ଯୋଗ ଦିବସର ବାର୍ତା ସମ୍ପର୍କରେ ସୂଚନା ଦେଇଥିବା ବେଳେ ଅନ୍ୟତମ ଯୋଗ ପ୍ରଶିକ୍ଷକ ପ୍ରଫୁଲ୍ଲ ମହାପାତ୍ର ଯୋଗ ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରରେ ପରିଷଦର କୋଷାଧକ୍ଷ ମହେଶ୍ୱର ବିଶ୍ୱାଳ, ଇଂ ଅକ୍ଷୟ କୁମାର ସାହାଣି, ଗୈାରୀଶଙ୍କର ପ୍ରହରାଜ, ଶିତଳ ଚନ୍ଦ୍ର ମହାନ୍ତି, ନିମାଇଁ ଚରଣ ଦାସ ଓ ସୋମନାଥ ଦାଶ ଆଦି ଉନ୍ନୟନ ପରିଷଦ, ବରିଷ୍ଠ ନାଗରିକ ମଞ୍ଚ, ଦୁର୍ଗା ପୂଜା ସମିତି ଓ ଭୁବନେଶ୍ୱରୀ ମନ୍ଦିର ପରିଚାଳନା ସମିତିର ବହୁ ସଦସ୍ୟ ସଦସ୍ୟା ଯୋଗ ଦେଇ ଯୋଗ ଅଭ୍ୟାସ କରିଥିଲେ ।