
-
ଅଲ ଇଣ୍ଡିଆ କଂଗ୍ରେସ କମିଟିର ଫେକ୍ଟ ଫାଇଣ୍ଡିଙ୍ଗ ଟିମ୍ ଙ୍କ ଘଟଣା ସ୍ଥଳ ପରିଦର୍ଶନ
ବ୍ରହ୍ମପୁର:ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ହୋଇଥିବା ଗଣଦୁଷ୍କର୍ମ ସ୍ଥାନରେ ଆଜି ଅପରାହ୍ନରେ ପହଞ୍ଚିଛନ୍ତି ଅଲ ଇଣ୍ଡିଆ କଂଗ୍ରେସ କମିଟିର ଫେକ୍ଟ ଫାଇଣ୍ଡିଙ୍ଗ ଟିମ୍ । ଦୀପା ଦାସମୁନୀସିଙ୍କ ସଂଯୋଜନାରେ ସାଂସଦ ରଞ୍ଜିତ ରଞ୍ଜନ, ସାଂସଦ ପ୍ରଣତି ସିନ୍ଦେ, ସାଂସଦ ଏସ.ଜ୍ୟୋତିମଣି ଓ ସୋଭା ଓଝା ଟିମରେ ରହିଥିଲେ । ଟିମ୍ ପହଞ୍ଚି ବୁଲି ବୁଲି ଗଣଦୁଷ୍କର୍ମ ସ୍ଥାନ ଓ ଏହାର ପରିବେଶ ଦେଖି କ୍ଷୁବ୍ଧ ହୋଇଥିଲେ । ଅସ୍ଵାସ୍ଥ୍ୟକର ପରିବେଶ ସମୁଦ୍ର ବେଳାଭୂମିରେ ରହିଥିବା ବେଳେ ଏଠାକୁ ପର୍ଯ୍ୟଟକମାନେ ଯାତାୟତ କରୁଛନ୍ତି । ଏପରିକି ପର୍ଯ୍ୟଟକ ମାନଙ୍କ ନିମନ୍ତେ ଆଲୋକିକରଣର ବ୍ୟବସ୍ଥା ହିଁ ନାହିଁ ଏଥିରୁ ସ୍ପଷ୍ଟ ହେଉଛି ସନ୍ଧ୍ୟା ହେଲେ ସମୁଦ୍ର ବେଳାଭୂମି ସମ୍ପୂର୍ଣ୍ଣ ଅନ୍ଧାର ହୋଇ ଯାଉଥିବ । ଏହାଛଡ଼ା ପୋଲିସର ପେଟ୍ରୋଲିଂ ନଥିବା ଯୋଗୁଁ ଏଭଳି ଗଣଦୁଷ୍କର୍ମ ଘଟିଛି । ତେଣୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସମୁଦ୍ର ବେଳାଭୂମି ଆଲୋକିକରଣ ବ୍ୟବସ୍ଥା କରିବା ସହ ପୋଲିସ ପ୍ରଶାସନ ପେଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁ କଂଗ୍ରେସ ଦାବି କରୁଚି ବୋଲି କହିଛନ୍ତି ସାଂସଦ ରଞ୍ଜିତ ରଞ୍ଜନ l ସେପଟେ କଂଗ୍ରେସ ବିଧାନସଭାରେ ମହିଳା ମାନଙ୍କର ସୁରକ୍ଷା ନିମନ୍ତେ ଏକ କମିଟି ଗଠନ କରିବା ନିମନ୍ତେ ପ୍ରାୟସ କରିବାରୁ ବିଧାୟକ ମାନଙ୍କୁ ବହିସ୍କାର କରିଲେ । ତେଣୁ ବିଜେପି ସରକାର ମହିଳାଙ୍କୁ ସୁରକ୍ଷା ଦେବା ନିମନ୍ତେ ଆଗଭର ନୁହେ । ମୁଖ୍ୟମନ୍ତ୍ରୀ ଉତ୍ସବ କରିବାରେ ବ୍ୟସ୍ତ କିନ୍ତୁ ଏପଟେ ମହିଳା ଓ ନୀରିହ ଝିଅ ମାନଙ୍କୁ ଗଣଦୁଷ୍କର୍ମ ରାଜ୍ୟରେ ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି ରମେଶ ଜେନା, ବିଧାୟକ, ସାନଖେମୁଣ୍ଡି l ଏହି ଫେକ୍ଟ ଫାଇଣ୍ଡିଙ୍ଗ ଟିମ ସହ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।