
ଭୁବନେଶ୍ୱର – ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିକୁ ଆସିବା ପାଇଁ ମୁଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆମନ୍ତ୍ରଣଙ୍କୁ ପ୍ରତ୍ୟାଖ୍ୟାନ କଲି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତି ଅବସରରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀମୋଦୀ ଏହା କହିଛନ୍ତି ।
ସେ ତାଙ୍କର ଭାଷଣରେ କହିଥିଲେ ଯେ, କିଛି ଦିନ ତଳେ ସେ ଜି -7 ଶିଖର ସମ୍ମିଳନୀରେ ଭାଗ ନେବାକୁ କାନାଡା ଯାଇଥିଲେ । ସେଠାରେ ଥିବା ବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଫୋନ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଟ୍ରମ୍ପ ତାଙ୍କୁ କହିଥିଲେ ଯେ ଆପଣ କାନାଡା ଆସିଛନ୍ତି । ସେଠାରୁ ୱାଶିଂଗଟନ ଆସନ୍ତୁ । ଏଠାରେ ଭୋଜନ କରିବା ସହ ବିଭିନ୍ନ ବିଷୟରେ କଥାବାର୍ତା କରିବା । ମୁଁ ତାଙ୍କୁ କହିଲି ଯେ ମୋତେ ମହାପ୍ରଭୁ ଜଗନ୍ନାଥଙ୍କ ଭୂମିକୁ ଯିବାର ଅଛି । ତେଣୁ ମୁଁ ଆପଣଙ୍କ ନିମନ୍ତ୍ରଣ ରକ୍ଷା କରି ପାରୁ ନାହିଁ । ଏହା କହି ମୁଁ ବିନମ୍ରତାର ସହ ତାଙ୍କର ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲି ବୋଲି ସେ କହିଛନ୍ତି ।