
ଭୁବନେଶ୍ୱର– ଆଜି ମୋହନ ସରକାରର ବର୍ଷ ପୂର୍ତ୍ତି ସମାରୋହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ୧୧ବର୍ଷ ପୂରିଥିବା ବେଳେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରକୁ ଏକବର୍ଷ ପୂରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଜନତା ମଇଦାନରେ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି । ସେ ରାଜ୍ୟ ସରକାରଙ୍କ ୨୦୩୬ ଭିଜନ ଡକୁମେଣ୍ଟ ଉନ୍ମୋଚନ କରିବା ସହିତ ୧୮ହଜାର ୬୦୦ କୋଟି ଟଙ୍କାର ୧୦୫ଟି ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିବେ।
ଅପରାହ୍ଣ ୩ଟା ୪୫ମିନିଟରେ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନ ଦ୍ବାରା ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ କେନ୍ଦ୍ର ଓ ରାଜ୍ୟ ବିଜେପିରଶୀର୍ଷସ୍ତରୀୟ ନେତୃବୃନ୍ଦ ଏବଂ ବିଜେପି କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବେ। ପରେ ବିମାନ ବନ୍ଦରଠାରେ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇ ରୋଡ୍ ଶୋ’ରେ ବାହାରିବେ। କଳିଙ୍ଗ ଷ୍ଟାଡିୟମଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ବିଶାଳ ରୋଡ଼ ଶୋ’ ରେ ଯିବେ ପିଏମ ମୋଦି । ଏହି ରାଜ୍ୟ ବିଜେପିରେ ବିପଳ ଉତ୍ସାହ ଦେଖିବାକୁ ମିଳିଛି ।