
ନୂଆଦିଲ୍ଲୀ– ଆଜି ହେଉଛି ରାଷ୍ଟ୍ରପତିଙ୍କ ଜନ୍ମଦିନ ।ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରପତିଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କର ଜୀବନ ଓ ନେତୃତ୍ୱ ସମଗ୍ର ଦେଶର କୋଟିକୋଟି ଲୋକଙ୍କୁ ଅନୁପ୍ରେରିତ କରୁଛି। ସେ ଯେପରି ଭାବେ ସର୍ବସାଧାରଣଙ୍କ ସେବା, ସାମାଜିକ ନ୍ୟାୟ ଓ ସମାବେଶମୂଳକ ବିକାଶ ପ୍ରତି ଅଟୁଟ ସମର୍ପିତ ରହିଛନ୍ତି, ତାହା ସମସ୍ତଙ୍କ ପାଇଁ ଆଶା ଓ ଶକ୍ତିର ପ୍ରତୀକ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ସର୍ବଦା ଦୁର୍ବଳ ଓ ବଞ୍ଚିତ ଲୋକମାନେ ପାଇଁ କାମ କରିଛନ୍ତି।
ଲୋକସେବାରେ ତାଙ୍କର ସୁଦୀର୍ଘ ଓ ସ୍ୱାସ୍ଥ୍ୟମୟ ଜୀବନ ପାଇଁ ଭଗବାନଙ୍କ ନିକଟରେ କାମନା କରୁଛନ୍ତି ପିଏମ ମୋଦି ।