
ଭୁବନେଶ୍ୱର– ପ୍ରଥମ ପର୍ଯ୍ୟାୟ ୟୁଜି ୨୦୨୫-୨୬ ନାମଲେଖା ପାଇଁ ଅବଧି ବୃଦ୍ଧି କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ଜୁନ୍ ୨୧ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମଲେଖା ଅବଧି ବଢିଛି। ଛାତ୍ରଛାତ୍ରୀ ନାମଲେଖା ପାଇଁ ଟଙ୍କା ଜମା କରି ନ ଥିଲେ ବର୍ଦ୍ଧିତ ସମୟ ଭିତରେ କରିପାରିବେ। ଯଦି କଲେଜରେ ରିପୋର୍ଟ କରିପାରି ନାହାନ୍ତି ତେବେ ମଧ୍ୟ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀ ଏହା କରିପାରିବେ।