
ଭୁବନେଶ୍ୱର, ପ୍ରତିବର୍ଷ ପରି ଜୁନ୍ ୧୮ ଓ ୧୯ ତାରିଖରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ବାର୍ଷିକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜିତ ହୋଇଯାଇଛି । ଏହି ଅଭ୍ୟାସର ମୂଳ ଉଦ୍ଦେଶ୍ୟ ଥିଲା ପ୍ରସ୍ତୁତିର ପରୀକ୍ଷା, ଯାଞ୍ଚ, ଜରୁରୀକାଳୀନ ପ୍ରତିକି୍ରୟା ଏବଂ ସୁରକ୍ଷିତ ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ଭବିଷ୍ୟତରେ ଆପଦକାଳୀନ ସ୍ଥିତିର ମୁକାବିଲା ପ୍ରସ୍ତୁତି ତ୍ୱରାନ୍ୱିତ କରିବା ।
୨୦୨୫ ଜୁନ୍ ୧୮ରେ ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ ଏବଂ ସମସ୍ତ ବ୍ଲକ୍ ଏବଂ ପୌର ପରିଷଦ ସ୍ତରରେ ଏହି ଅଭ୍ୟାସ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, ଉଚ୍ଚ ପ୍ରତିନିଧି, ବିପର୍ଯ୍ୟୟ ପ୍ରତିକି୍ରୟା ବାହିନୀ, ଅଣ-ସରକାରୀ ସଂଗଠନ ଇତ୍ୟାଦିଙ୍କୁ ନେଇ କରାଯାଇଥିଲା । ଅଭ୍ୟାସ ସମୟରେ ଘୂର୍ଣ୍ଣିବାତ୍ୟା, ପ୍ରବଳ ବର୍ଷା, ବନ୍ୟା, ଭୂÕଳନ, ସାପକାମୁଡ଼ା, ବଜ୍ରପାତ, ମରୁଡ଼ି ଏବଂ ସୁନାମି ସହ ଜଡ଼ିତ ବିଭିନ୍ନ ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା ଏବଂ ବୈଠକରେ ବିଭିନ୍ନ ବିଭାଗ ଏବଂ ସଂଗଠନର ଭୂମିକା, ଦାୟିତ୍ୱ ଓ ପ୍ରସ୍ତୁତି ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା ।
୨୦୨୫ ଜୁନ୍ ୧୯ରେ ଓଡ଼ିଶାର ସମସ୍ତ ୯୦୯ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କରାଯାଇଥିଲା । ଭାରତ ପାଣିପାଗ ବିଭାଗରୁ ଘୂର୍ଣ୍ଣିଝଡ଼ ଏବଂ ସମ୍ବନ୍ଧିତ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂÕଳନ ଓ ସୁନାମି ଉପରେ ସୂଚନା ସବୁ ରାଜ୍ୟ ଜରୁରୀକାଳୀନ କେନ୍ଦ୍ର ଦ୍ୱାରା ସଂପୃକ୍ତ ଜିଲ୍ଲା ଜରୁରୀକାଳୀନ କେନ୍ଦ୍ରକୁ ପ୍ରେରଣ କରାଯାଇଥିଲା । ବହୁମୁଖ୍ୟ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଥିବା ଗ୍ରାମସ୍ତରରେ ସ୍ଥାନାନ୍ତର ଆରମ୍ଭ କରାଯାଇଥିଲା । ଆଶ୍ରୟସ୍ଥଳ ସ୍ତରରେ ଗ୍ରାମବାସୀ, ନିର୍ବାଚିତ ପ୍ରତିନିଧି, ଆଶା, ଅଙ୍ଗନବାଡ଼ି କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଟାସ୍କାଫୋର୍ସ, ସେ୍ୱଚ୍ଛାସେବୀ, ଆପଦମିତ୍ର, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କମିଟିର ସଦସ୍ୟ ଓ ସଂଗଠନ ଇତ୍ୟାଦି ଅଂଶଗ୍ରହଣ କରିଥିଲେ । ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା, ଏନ୍ଡିଆର୍ଏଫ୍ ଏବଂ ଓଡ୍ରାଫର ଦଳଗୁଡ଼ିକ ମଧ୍ୟ ବିଭିନ୍ନ ଆଶ୍ରୟସ୍ଥଳରେ ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ । ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଅଧିକାରୀମାନଙ୍କ ସହିତ ଭାରତୀୟ ପାଣିପାଗ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱରର ଅଧିକାରୀମାନେ, ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ନୋଡ଼ାଲ ଅଧିକାରୀମାନେ ଏବଂ ବିପର୍ଯ୍ୟୟ ପ୍ରତିକି୍ରୟା ବାହିନୀ ୧୮ ଓ ୧୯ ଜୁନ୍ ୨୦୨୫ରେ ଏହି ପ୍ରସ୍ତୁତି ଓ ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ ।