ଘଟଗାଁ – କେନ୍ଦୁଝର ଜିଲ୍ଲା ଅନୁସୁଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ପରିଚାଳିତ ଘଟଗାଁ ବ୍ଲକର ଅଗ୍ରଣି ଭୂମିକା ଗ୍ରହଣ କରିଥିବା ଦେହୁରରିପଶି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଏକାଦଶତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପୁଥୁଲୁରାଣୀ ମଣ୍ଡଳ ଓ ନିଯୁକ୍ତି ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆୟୋଜିତ ସଭାରେ ମଂଚାସୀନ ମୁଖ୍ୟ ଅତିଥି କେନ୍ଦୁଝର ଜୋନର ଇନସ୍ପେକ୍ଟର ଅଫସ୍କୁଲ(ଏସଏସଡି) ସଂଚିତା ବେହେରା ସ୍ୱତନ୍ତ୍ର ଅତିଥି ଘଟଗାଁ ତହସିଲଦାର ଶ୍ରୀ ଜନକ ନାଏକ(ଓଏଏସ(୧) । ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ଓଡିଆ ପ୍ରଫେସର ଡକ୍ଟର ଧୀରେନ୍ କୁମାର ମହାନ୍ତି ଯୋଗଦେଇ ଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା ତାରିଣୀଙ୍କ ଫଟୋଚିତ୍ରରେ ଅତିଥି ବୃନ୍ଦ ପ୍ରଦୀପ ପ୍ରଜୋଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଛାତ୍ରୀ ମୋନାଲିସା ଦେହୁରୀ ଉଷା ଟୁଡୁ ବାସନ୍ତି ମୁଦି ପୁଷ୍ପାଞ୍ଜଳି ଓରାମ କ୍ରମାନୁଯାୟୀ ଅତିଥି ପରିଚୟ କରିଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମଣ୍ଡଳ ବାର୍ଷିକ ବିବରଣୀ ପାଠ କରିଥିଲେ ।
ମଂଚାସୀନ ଅତିଥିବୃନ୍ଦ ଶିକ୍ଷାସଚେତନତା ଓ ଦିଗଦର୍ଶନତା ଓ ଭିତିଭୂମି ଉପରେ ନିଜନିଜର ମତପ୍ରକାଶ କରିଥିଲେ । ୨୦୧୯-୨୦ ଆର୍ଥିକ ଶିକ୍ଷା ବର୍ଷରେ ବିଭିନ୍ନ କ୍ରୀଡା ବକ୍ତୃତା ଚିତ୍ରାଙ୍କନ ନାଚଗୀତ ପ୍ରତିଯୋଗିତାରେ ସଫଳତା ଅର୍ଜନକରିଥିବା ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶିକ୍ଷକ କାର୍ତିକେଶର ସାହୁ ଅଭିମନ୍ୟୁ ନାୟକ ସଂଜିତ କୁମାର ମହାନ୍ତି ଓ ଶିକ୍ଷୟିତ୍ରୀ ଅନପୂର୍ଣା ମହାନ୍ତି, ଅନୁପମା ରାଉତ, ଶୈଳବାଳା ମିଶ୍ର, ଇନ୍ଦୁମତୀ ସାହୁ, ରେଣୁପ୍ରଭା କେଶୀ, ମନ୍ଦାକିନୀ ସାହୁ, କିରାଣୀ ରଂଜିତ ପାଢୀ, ପିଅନ ସରୋଜ କୁମାର ବାରିକ, ସମସ୍ତ ସିସିଏ ମେଡନ ପ୍ରମୁଖ ସୁପରିଚାଳନାରେ ଶୃଙ୍ଖଳାର ସହିତ ପରିଚାଳନାରେ ଉଦଯାପିତ ହୋଇଯାଇଛି ।