
ଭୁବନେଶ୍ୱର– ବିଦେଶୀ ଅତିଥିଙ୍କୁ ଓଡ଼ିଶାର ଗର୍ବ କୋଣାର୍କ ଚକ୍ରର ପ୍ରତିକୃତିଭେଟି ଦେଇଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରୟାସରେ ବିଶ୍ଵ ଦରବାରରେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ହେଉଛି ପ୍ରଚାର ପ୍ରସାର। ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ଅବସରରେ ବିଦେଶୀ ଅତିଥିଙ୍କୁ ଓଡ଼ିଶାର ଗର୍ବ କୋଣାର୍କ ଚକ୍ରର ପ୍ରତିକୃତି ଏବଂ କଟକ ତାରକସିରେ ନିର୍ମିତ ଏକ ଭ୍ୟାନିଟି ବ୍ୟାଗ ପ୍ରଦାନ କରିଛନ୍ତି। ଯାହାକୁ ନେଇ ଆଜି ଆମେ ସମସ୍ତେ ଗର୍ବିତ। ଏଥିପାଇଁ ପ୍ରଧାନମନ୍ତ୍ରୀଜୀଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ ଜଣାଉଛି।