
ଭୁବନେଶ୍ୱର– କ୍ରୋଏସିଆର ରାଷ୍ଟ୍ରପତିଙ୍କୁ ପଟ୍ଟଚିତ୍ର ଉପହାର ଦେଇଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ପୁରୀ ଜିଲ୍ଲା ତଥା ଆମ ରାଜ୍ୟ ପାଇଁ ଏକ ଗୌରବର ବିଷୟ । କ୍ରୋଏସିଆର ରାଷ୍ଟ୍ରପତି ମାନନୀୟ ଜୋରାନ ମିଲାନୋଭିଚଙ୍କୁ ପଟ୍ଟଚିତ୍ର ଉପହାର ଦେଇ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାକୁ ବିଶ୍ୱଦରବାରରେ ପ୍ରତିଷ୍ଠିତ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି ।