
ଭୁବନେଶ୍ୱର– ପ୍ରଧାନମନ୍ତ୍ରୀଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରର ଗୋଟିଏ ବର୍ଷ ପୂରଣ ହୋଇଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୋଦୀଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନିର୍ବାଚନ ପରେ ଓଡ଼ିଶାକୁ ଷଷ୍ଠ ଥର ପାଇଁ ଆସୁଛନ୍ତି ପିଏମ ମୋଦି । ଅପରେସନ ସିନ୍ଦୂର ପରେ ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସୁଛନ୍ତି। ଭାରତ ଏକ ଅଗ୍ରଗଣ୍ୟ ରାଷ୍ଟ୍ର ହେବାକୁ ଯାଉଛି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ କରାଯିବ। ଆୟୁଷ୍ମାନ ଵୟୋଵନ୍ଦନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ। ପାଞ୍ଚ ଜଣ ବରିଷ୍ଠ ନାଗରିକଙ୍କୁ କାର୍ଡ ଦିଆଯିବ। ଡିଜି ସମ୍ମିଳନୀ, ପ୍ରବାସୀ ଭାରତୀୟ ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଓଡ଼ିଶା ଆସିଛନ୍ତି। ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ ହେଉଛି। ଏୟାରପୋର୍ଟରୁ ଜନତା ମଇଦାନ ଯାଏ ରୋଡ଼ ସୋ ହେବ। ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ରୋଡ଼ ସୋରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।