
ନୁଆଦିଲ୍ଲୀ -ଘରୋଇ ସୁନା ବଜାରରେ ସୁନା ମୁଲ୍ୟରେ ଆଜି ଲଗାତାର ତୃତୀୟ ଦିନ ପାଇଁ ସାମାନ୍ୟ ହ୍ରାସ ଘଟିଛି।ମୁଲ୍ୟରେ ହ୍ରାସ ଯୋଗୁଁ ଆଜି ଦେଶର ଅଧିକାଂଶ ସୁନା ବଜାରରେ24 କ୍ୟାରେଟ ସୁନା 1,00,360 ଟଙ୍କାରୁ ନେଇ 1,00 ,510 ଟଙ୍କା ପ୍ରତି 10 ଗ୍ରାମ ପିଛା କାରବାର ହେଉଛି।ସେହିପରି 22 କ୍ୟାରେଟ ସୁନା ଆଜି 91,990 ଟଙ୍କାରୁ ନେଇ92,140 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ ବିକ୍ରି ହେଉଛି। ସୁନାର ବିପରୀତ ଚାନ୍ଦି ମୁଲ୍ୟରେ ଆଜି 100 ଟଙ୍କା ବୃଦ୍ଧି ଘଟିଛି,ଯାହାଫଳରେ ଏହି ଚମକଦାର ଧାତୁ ଦିଲ୍ଲୀ ସୁନା ବଜାରରେ 1,10,100 ଟଙ୍କ ପ୍ରତି କିଲୋଗ୍ରାମ ସ୍ତରରେ ପହଁଞ୍ଚିଛି।ଦିଲ୍ଲୀରେ 24 କ୍ୟାରେଟ ସୁନ ଆଜି 1,00,510 ଟଙ୍କା ପ୍ରତି 10 ଗ୍ରାମ ସ୍ତରରେ କାରବାର ହେଉଥିବାବେଳେ 22 କ୍ୟାରେଟ ସୁନାର ମୁଲ୍ୟ 92,140 ଟଙ୍କା ପ୍ରତି 10 ଗ୍ରାମ ରେକର୍ଡ କରାଯାଇଛି।ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ 24 କ୍ୟାରେଟ ସୁନା1,00,360 ଟଙ୍କା ପ୍ରତ 10 ଗ୍ରାମ ଏବଂ 22 କ୍ୟାରେଟ ସୁନା 91,990 ଟଙ୍କା ପ୍ରତି 10 ଗ୍ରାମ ସ୍ତରରେ ବିକ୍ରି ହେଉଛି।