
-
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ସମୂହ ପକ୍ଷରୁ ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ
ଭୁବନେଶ୍ୱର : କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ସମୂହ ପକ୍ଷରୁ ସି.ଆଇ.ଟି.ୟୁ.ର ନେତା ଦୁଷ୍ମନ୍ତ ଦାସଙ୍କ ସଭାପତିତ୍ୱରେ ଜୁଲାଇ ୯ ତାରିଖ ସାଧାରଣ ଧର୍ମଘଟକୁ ସଫଳ କରିବା ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରାଜ୍ୟ ସ୍ତରୀୟ ସମ୍ମିଳନୀ ଓ ସାଧାରଣ ସଭା ଓ ବ୍ୟାପକ ଅଭିଯାନ କରିବା ଲାଗି ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦିଲ୍ଲୀ ଠାରେ ମାର୍ଚ୍ଚ ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ସମ୍ମିଳନୀରେ ୧୭ ଦଫା ଦାବି ଯଥା ଶ୍ରମ କୋର୍ଡ ବାତିଲ କରିବା, ଶ୍ରମିକ ଛଟେଇ ବନ୍ଦ କରିବା, ସର୍ବନିମ୍ନ ମଜୁରୀ ବୃଦ୍ଧି କରିବା, ପୁରୁଣା ପେନସନ ସ୍କିମ୍କୁ ଲାଗୁ କରିବା, ସ୍ମିମ୍ ୱାର୍କରସ ମାନଙ୍କୁ ସ୍ଥାୟୀ କରିବା ଓ ସେମାନଙ୍କର ସାମାଜିକ ସୁରକ୍ଷା ପ୍ରଦାନ କରିବା ସହିତ କୃଷକମାନଙ୍କର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ପରିସରଭୁକ୍ତ କରିବା ଦାବିକୁ ନେଇ ବ୍ୟାପକ ଅଭିଯାନ ଓଡ଼ିଶାରେ ରାଜ୍ୟ, ଜିଲ୍ଳା, ବିଭିନ୍ନ ଶିଳ୍ପାଞ୍ଚଳ ମାନଙ୍କରେ ସମ୍ମନଳୀ, ଗେଟ ମିନିଙ୍ଗ୍, ପଦଯାତ୍ରା, ମଟର ସାଇକେଲ ଶୋଭାଯାତ୍ରା ସହିତ ଜୁନ୍ ୨୫ ତାରଖ ରୁ ୨୭ ତାରିଖ ସୁଧା ବିଭିନ୍ନ ଅନୁଷ୍ଠାନକୁ ସାଧାରଣ ଧର୍ମଘଟ ଲାଗି ନୋଟିସ୍ ପ୍ରଦାନ କରିବା ଲାଗି ସ୍ଥିର କରାଯାଇଅଛି । ଏହା ସହ ବିଭିନ୍ନ ରାଜନୈତିକ ଦଳ ଓ ଅନ୍ୟାନ୍ୟ ଗଣତାନ୍ତ୍ରିକ ଅନୁଷ୍ଠାନକୁ ଜୁଲାଇ ୯ ତାରିଖ ହରତାଳକୁ ସଫଳ କରିବା ଲାଗି ଅନୁରୋଧ କରାଯିବ ବୋଲି ନିଷ୍ପତି କରାଯାଇଛି । ଏହି ବୈଠକରେ ଇଜ୍ରାଏଲ ଗାଜା ଉପରେ କରୁଥିବା ନର ସଂହାରକୁ ନିନ୍ଦା କରିବା ସହିତ ଇରାନ ଉପରେ ଇଜ୍ରାଏଲର ଆକ୍ରମଣକୁ ମଧ୍ୟ ନିନ୍ଦା କରାଯାଇଅଛି । ଭାରତ ସରକାର ତୁରନ୍ତ ମିଳିତ ଜାତିସଂଘ ବୈଠକରେ ତାଙ୍କର ମତକୁ ଅବସ୍ଥାନ କରିବା ଲାଗି ଦାବି କରାଯାଇଛି । ଏହାଛଡା ଆଇ.ଏନ୍.ଟି.ୟୁ.ସିର ପୂର୍ବତନ ସଭାପତି ଗୋପାଳ ରାମାନୁଜମ୍, ଏ.ଆଇ.ଟି.ୟୁ.ସିର ରାଜ୍ୟ ଉପସଭାପତି ଅନିତ ଚକ୍ରବର୍ତୀ, ଏ.ଆଇ.ସି.ସି.ଟି.ୟୁ.ର ପୂର୍ବତନ ଉପସଭାପତି କେଦାର ପ୍ରଧାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲାବେଳେ ଗୋପାଳପୁର ସମେତ ବିଭିନ୍ନ ସ୍ଥାନରେ ଘଟୁଥିବା ନାରୀ ନିର୍ଯ୍ୟାତନାକୁ ରୋକିବାରେ ସରକାର ବିଫଳ ହୋଇଥିବାରୁ ଏହାକୁ ଦୃଢ଼ ଭାବେ ନିନ୍ଦା କରାଯାଇଥିଲା ।
ଆଜିର ଏହି ବୈଠକରେ ଆଇ.ଏନ୍.ଟି.ୟୁ.ସିର ଉପସଭାପତି ଶ୍ୟାମସୁନ୍ଦର ମହାପାତ୍ର, ଏ.ଆଇ.ଟି.ୟୁ.ସିର ନେତା ଜୟନ୍ତ ଦାସ, ଏଚ୍.ଏମ.୍ଏସ୍.ର ନେତା ଭୂବନାନନ୍ଦ ମହାପାତ୍ର, ସି.ଆଇ.ଟି.ୟୁ.ର ନେତା ଦୁଷ୍ମନ୍ତ ଦାସ, ଏ.ଆଇ.ୟୁ.ଟି.ୟୁ.ସିର ରାଜ୍ୟ ସଂପାଦକ ଜୟସେନ ମେହେର ଓ ନିରଞ୍ଜନ ମହାନ୍ତି, ଏ.ଆଇ.ସି.ସି.ଟି.ୟୁ.ର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା, ସଭାପତି ରାଧାକାନ୍ତ ସେଠୀ, ଟି.ୟୁ.ସି.ସିର ସଭାପତି ଜ୍ୟୋତିରଞ୍ଜନ ମହାପାତ୍ର, ଏଲ୍.ପି.ଏଫ୍ର କାର୍ଯ୍ୟକାରୀ ସଭାପତି ମଧୁସୁଧନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।