
ଭୁବନେଶ୍ୱର, ୨୦୨୫ ବର୍ଷ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ରାଜକିଶୋର ପାଢ଼ୀଙ୍କ ପୁସ୍ତକ ଓ ଯୁବ ପୁରସ୍କାର ପାଇଁ ସୁବ୍ରତ କୁମାର ସେନାପତିଙ୍କ ପୁସ୍ତକ ମନୋନୀତ ହୋଇଥିବାରୁ ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ୨୦୨୫ ବର୍ଷ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ରାଜକିଶୋର ପାଢ଼ୀଙ୍କ “କେତେ ଫୁଲ ଫୁଟିଛି” ଓ ଯୁବ ପୁରସ୍କାର ପାଇଁ ସୁବ୍ରତ କୁମାର ସେନାପତିଙ୍କ “କଦମ୍ବ ବନ” ପୁସ୍ତକ ମନୋନୀତ ହୋଇଥିବାରୁ ଉଭୟଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ସଫଳତା କେବଳ ଆପଣମାନଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ମଧ୍ୟ ଗର୍ବ ଓ ଗୌରବର ବିଷୟ । ଆଗାମୀ ଦିନରେ ନିଜ ସୃଷ୍ଟି ଦ୍ୱାରା ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଆହୁରି ସମୃଦ୍ଧ କରନ୍ତୁ ।