
ଢାକା -ଇରାନ -ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ସାମରିକ ସଙ୍ଘର୍ଷ ମଧ୍ୟରେ ବାଂଲାଦେଶ ଦୁତାବାସ ଅଧିକାରୀମାନେ ଆତଙ୍କିତ ଅଛନ୍ତି।କିଛି ଅଧିକାରୀଙ୍କ ଘରବୋମାମାଡରେ ଧ୍ୱଂସ ହୋଇଯାଇଛି।ଏହି ଅଧିକାରୀମାନେ ଖାଦ୍ୟ ପାଣି ପିଇବାରେ ମଧ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି।ବାଂଲାଦେଶ ଖବର କାଗଜ ଢାକା ଟ୍ରିବ୍ୟୁନ ଏକ ବିଶ୍ୱସ୍ତରୀୟ ସମାଚାର ଏଜେନ୍ସିକୁ ଉଦ୍ଧାର କରି ଏହି ରିପୋର୍ଟ ଆଜି ଏହାର ୱେବସାଇଟରେ ଏକ ଫଟୋ ସହିତ ରିପୋର୍ଟ ପ୍ରକାଶ କରିଛି।ଏହି ରିପୋର୍ଟ ଅନୁଯାୟୀ ଇରାନର ରାଜଧାନୀ ତେହରାନରେ ସୋମବାର ହୋଇଥିବା ଇସ୍ରାଏଲ ଆକ୍ରମଣରେବାଂଲାଦେଶ ଦୁତାବାସରେ କାର୍ଯ୍ୟରତ ଅଧିକାରୀଙ୍କ ଘର ମଧ୍ୟ ଟାର୍ଗେଟ କରାଯାଇଥିଲା।ଅତିକମରେ ଜଣେ ଅଧିକାରୀଙ୍କ ଘର ବହୁତ କ୍ଷତିଗ୍ରସ୍ତ ହୋଇଛି।ତଥାପି ଆକ୍ରମଣ ସମୟରେ ଘରେ ନଥିବାରୁ ଅଧିକାରୀ ଜଣକ ବଞ୍ଚିଯାଇଥିଲେ।ଇରାନରେ ବାଂଲାଦେଶ ଦୁତାବାସର ପ୍ରଥମ ସଚିବ ଓଲୀଦ ଇସ୍ଲାମ କହିଛନ୍ତି ମୋ ଘର ସମ୍ପୁର୍ଣ୍ଣ ନଷ୍ଟ ହୋଇଛି।ତେହରାନରେବାଂଲାଦେଶ ଦୁତାବାସର ଅଧିକାରୀମାନେ ମୁଖ୍ୟତଃ ଜାର୍ଡନ ନାମକ ଅଞ୍ଚଳରେ ରୁହନ୍ତି ,ଯାହା ତେହରାନର ଡିଷ୍ଟ୍ରିକ୍ଟ 3ରେ ଅବସ୍ଥିତ।