
ଭୁବନେଶ୍ୱର– ସୁବ୍ରତ କୁମାର ସେନାପତି ଏବଂ ରାଜକିଶୋର ପାଢୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୫ ବର୍ଷ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ରାଜକିଶୋର ପାଢ଼ୀଙ୍କ “କେତେ ଫୁଲ ଫୁଟିଛି” ଓ ଯୁବ ପୁରସ୍କାର ପାଇଁ ସୁବ୍ରତ କୁମାର ସେନାପତିଙ୍କ “କଦମ୍ବ ବନ” ପୁସ୍ତକ ମନୋନୀତ ହୋଇଥିବାରୁ ଉଭୟଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଆପଣମାନଙ୍କ ସଫଳତା ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରୁଛି ।