
ରୁଦ୍ରପ୍ରୟାଗ– କେଦାରନାଥ ଧାମର ପଦଯାତ୍ରା ମାର୍ଗରେ ଜଙ୍ଗଲଚଟ୍ଟି ନିକଟରେ ବୁଧବାର ଦିନ ଘଟିଥିବା ଭୂସ୍ଖଳନରେ ଦୁଇଜଣ ପାଲିଙ୍କି ଶ୍ରମିକଙ୍କ ମୃତ୍ୟୁ ଘଟିଛି, ତିନିଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଗୌରୀକୁଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଜିଲ୍ଲା ବିପର୍ଯ୍ୟୟ ପ୍ରବନ୍ଧନ ଅଧିକାରୀ ନନ୍ଦନ ସିଂହ ରଜୱାର ତଥ୍ୟ ଦେଇ କହିଛନ୍ତି ଯେ ଘଟଣା ସକାଳ ୧୧:୨୦ ରେ ଘଟିଥିଲା । ହଠାତ୍ ପାହାଡ଼ରୁ ପଥର ଖସିଥିଲା । ଏଥିରେ ଅନେକ ଡଣ୍ଡି-କଣ୍ଡି ସଂଚାଳକ ଓ ଯାତ୍ରୀମାନେ ଫସିଯାଇଥିବା ବେଳେ କିଛି ଲୋକ ତଳକୁ ଖାଇରେ ପଡ଼ିଯାଇଥିଲେ।
ସେ କହିଛନ୍ତି ଯେ ସୂଚନା ମିଳିଲାପରେ ଏନଡିଆରଏଫ୍, ଏସ୍ଡିଆରଏଫ୍, ପୋଲିସ୍ ଓ ଡିଡିଆରଏଫ୍ ଦଳ ସକ୍ରିୟ ହୋଇଯାଇଥିଲେ ଓ ମିଳିତ ଭାବେ ରେସ୍କ୍ୟୁ ଅଭିଯାନ ଆରମ୍ଭ କରିଥିଲେ। ରେସ୍କ୍ୟୁ ଦଳ ଆହତମାନଙ୍କୁ ଖାଇରୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ, ଏହାପରେ ତୁରନ୍ତ ଗୌରୀକୁଣ୍ଡ ହସ୍ପିଟାଲକୁ ପଠାଯାଇଥିଲା । ତିନି ଆହତଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ସାମାନ୍ୟ ଆଘାତ ଲାଗିଥିବା ବେଳେ ଦୁଇଜଣ ପୁରୁଷଙ୍କୁ ଗୁରୁତର ଆଘାତ ଲାଗିଛି।