
କାଲଗରି– ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କିଛି ସମୟ ପୂର୍ବରୁ ଜି-7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ କାଲଗେରୀ ପହଞ୍ଚିଛନ୍ତି। କାଲଗେରୀ କାନାଡାର ଆଲବର୍ଟା ପ୍ରାନ୍ତର ଏକ ପ୍ରମୁଖ ସହର। ଏହି ସହର ଆଲବର୍ଟା ପ୍ରାନ୍ତର ଦକ୍ଷିଣ ଅଂଶରେ, କାନାଡିଆନ୍ ରକି ପାହାଡ଼ର ପୂର୍ବ ଅଂଶରେ ଥିବା ଉଚ୍ଚ ମୈଦାନ ଓ ତଳ ଅଞ୍ଚଳରେ ଥିବା ସ୍ଥାନ। ଜି-7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ଲଗାତାର ଷଷ୍ଠ ଅଂଶଗ୍ରହଣ ଅଟେ।
ଏହି ଯାତ୍ରା ପ୍ରଧାନମନ୍ତ୍ରୀ ମୋଦିଙ୍କ ତିନି ଦେଶକୁ ଔପଚାରିକ ଯାତ୍ରାର ଏକ ଅଂଶ। ଏହାର ଆରମ୍ଭ ସାଇପ୍ରସରୁ ହୋଇଥିବା ବେଳେ ଏହାର ସମାପନ କ୍ରୋଏସିଆରେ ହେବ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଇପ୍ରସ ଯାତ୍ରା ସମାପନ ସନ୍ଧ୍ୟାରେ ଭାରତୀୟ ବିଦେଶ ମନ୍ତ୍ରାଳୟର ସଚିବ (ପଶ୍ଚିମ) ତନ୍ମୟ ଲାଲ ଏକ ବିସ୍ତୃତ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ଯେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ସାଇପ୍ରସ ଯାତ୍ରା ଥିଲା ଏବଂ ଗତ ଦୁଇ ଦଶକରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଯାତ୍ରା ଥିଲା। ଲାଲ କହିଥିଲେ, “ଏହି ଐତିହାସିକ ଯାତ୍ରା ଆମ ଦୁଇ ଦେଶର ମଧ୍ୟରେ ଥିବା ସ୍ଥାୟୀ ମିତ୍ରତା ଏବଂ ଭରସାଯୋଗ୍ୟ ବୁଝାମଣାକୁ ଉଜାଗର କରେ।” ଜି-7 ଶିଖର ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା, ୟୁକେ, ଫ୍ରାନ୍ସ, ଜର୍ମାନୀ, ଜାପାନ୍, ଇଟାଲୀ, କାନାଡା ଏବଂ ୟୁରୋପିୟ ସଂଘର ନେତାମାନେ ଅଂଶଗ୍ରହଣ କରୁଛନ୍ତି।