ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଝାରସୁଗୁଡା ସହରରେ ଦେଢଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି । ମୁଖ୍ୟ ଡାକ୍ତରଖାନା ୧୫ କିମି ଦୂରରେ ଥିବାରୁ ଗରିବ ରୋଗୀମାନେ ବ୍ୟାପକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଗମନାଗମନର ବ୍ୟବସା୍ଥ ନଥିବାରୁ ବିଶେଷ କରି ଗର୍ଭବତୀ ମହିଳାମାନଙ୍କୁ ନୂତନ ହସ୍ପିଟାଲକୁ ନେବା କାଠିକର ପାଠ ହେଉଛି । ଦୀପ ତଳ ଅନ୍ଧୀର ଭଳି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀରେ ଲୋକମାନଙ୍କୁ ଠିକ୍ ଭାବେ ସ୍ୱାସ୍ଥ୍ୟ ସେବା ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ଆଗାମୀ ୭ ଦିନ ଭିତରେ ରାଜ୍ୟସରକାର ଓ ସ୍ୱାସ୍ଥ୍ୟ ବିଭାଗ ମଙ୍ଗଳ ବଜାର ସ୍ଥିତ ପୁରୁଣା ହସ୍ପିଟାଲକୁ ୫୦ଟି ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶିଆଲିଷ୍ଟ ହସ୍ପିଟାଲ କରିବାକୁ ଘୋଷଣା କରନ୍ତୁ । ଏହା ସହ ପ୍ରସୂତି ମହିଳାଙ୍କ ସେବା ପାଇଁ ସେଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ । ସହରରୁ ୧୫ କିମି ଦୂରରେ ହୋଇଥିବା ମୁଖ୍ୟ ଚିକିତ୍ସାଳୟକୁ ଗମନାଗମନର ସୁବ୍ୟବସ୍ଥା କରାଯାଇ ସରକାରୀ ବସର ଚାଲୁ କରାଯାଉ ବୋଲି ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି ।
ଯଦି ୭ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଦାବିକୁ ଗ୍ରହଣ ନକରିବେ ଆଗାମୀ ଦିନରେ ଝାରସୁଗୁଡା ଜିଲ୍ଲାରେ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ଶ୍ରୀ ତ୍ରୀପାଠି ଚେତାବନୀ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।