
ଅହମଦାବାଦ– ଭୟଙ୍କର ବିମାନ ଦୁର୍ଘଟଣା ପରେ ଏୟାର୍ ଇଣ୍ଡିଆର ସମସ୍ୟା ଶେଷ ହେବାର ନାଁ ନେଉନାହିଁ। ମଙ୍ଗଳବାର ଦିନ ଅହମଦାବାଦରୁ ଲଣ୍ଡନ୍କୁ ଯାଉଥିବା ଏୟାର୍ ଇଣ୍ଡିଆର ଏକ ଫ୍ଲାଇଟ୍ ବାତିଲ୍ କରିବାକୁ ପଡ଼ିଛି। ଏୟାର୍ ଇଣ୍ଡିଆର ଫ୍ଲାଇଟ୍ ସଂଖ୍ୟା ଏଆଇ-159, ବୋଇଂ 788, ଯାହା ଅହମଦାବାଦରୁ ଦ୍ୱିପ୍ରହର 1:10 ବେଳେ ଲଣ୍ଡନ୍ ପାଇଁ ଉଡାଣ ଭରିବାର ଥିଲା, ସେହି ଫ୍ଲାଇଟ୍କୁ ବାତିଲ୍ କରାଯାଇଛି।
ବିମାନ ଉଡାଣ ଭରିବାର କିଛି ଘଣ୍ଟା ଆଗରୁ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିବା କିଛି ସୂତ୍ରରୁ କୁହାଯାଉଛି । ତେବେ ଭଲ କଥା ଏହା ଯେ ସମୟ ପୂର୍ବରୁ ଏହି ତ୍ରୁଟିକୁ ଧରିଯାଇଛି। ଏହା ପରେ ବିମାନ ଯାତ୍ରା ବାତିଲ୍ କରିବାକୁ ପଡ଼ିଛି। ଏଥିଯୋଗୁ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲଣ୍ଡନ୍ ଯାଉଥିବା ଅନେକ ଯାତ୍ରୀ ବିମାନବନ୍ଦରରେ ଅଟକିରହିଛନ୍ତି। ବର୍ତ୍ତମାନର ଫ୍ଲାଇଟ୍ ବାତିଲ୍ କରାଯାଇଛି ଓ 17 ଜୁନର ଫ୍ଲାଇଟ୍କୁ ପୁନଃ ତାରିଖ ନିର୍ଦ୍ଧାରଣ କରାଯାଇଥିବା ଯାତ୍ରୀଙ୍କୁ କୁହାଯାଇଛି । ଯାତ୍ରୀମାନେ ଏବେ ଜୁନ19ରେ ଫ୍ଲାଇଟ୍ ପାଇଁ ବ୍ୟବସ୍ଥା କରାଯାଇଛି ।