ଜୟପୁର- ଓଡ଼ିଶାର ୧୨ ମାସରେ ୧୩ ପର୍ବ ପାଳିତ ହେଉଥିବାବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀମାନଙ୍କ ନିଆରା ପର୍ବ ହେଉଛି କୁକୁଡ଼ା ଗାଲି ବା ଗଞ୍ଜା ଲଢ଼େଇ । ପରଜା, ଗାଧବା, କି ଆଜି ଆଦିବାସୀମାନେ ସାପ୍ତାହିକ ହାଟରେ ଏହି କୁକୁଡ଼ା ଗାଲି ମନୋରଞ୍ଜନ ପାଇଁ ବ୍ୟବହାର କରୁଥିବାବେଳେ ସମୟ କ୍ରମେ ଏହା ଧିରେଧିରେ ଜୁଆରେ ପରିଣତ ହୋଇଛି ।
ସମୟ ର ଅତିକ୍ରମରେ ଏବେ ଏହି ପରମ୍ପରା ଆଉ ପରମ୍ପରା ହୋଇ ରହିନାହିଁ ଏବେ ପାଲଟିଛି ଜୁଆ ଖେଳରେ । ଜୟପୁର ନିକଟସ୍ଥ ଫାମ୍ପୁଣି, ଅନ୍ତରା, ଡଙ୍ଗରପାଉସି, ଏକମ୍ବା ଠାରେ ଦିନକୁ ହଜାର ହଜାର ଟଙ୍କାର ବାଜିମାତ ହେଉଛି ଏହି ଜୁଆ ଓ କୁକୁଡ଼ା ଲଢ଼େଇରେ ଏବେ ଟଙ୍କା ପାଇଁ ଏହିପରି କରୁଛନ୍ତି ଏଠାକାର ଆଦିବାସୀ ଓ କିଛି ଶିଖିତ ଯୁବକ । ପୋଲିସ ଚଢ଼ଉ କରି ତାଙ୍କ କୁକୁଡ଼ା ଜବତ କରୁଛି କିନ୍ତୁ ଏହାକୁ ରୋକିବାକୁ ସଫୋଲ ହେଇପାରୁ ନାହିଁ । ଏଇ ଘଟଣାରେ ପୋଲିସ ଚଢ଼ଉ କରି ୩୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରିଛି ।
ଆଇପିସି-୩୦ପିଜିରେ ଜୁଆ ଏବଂ ଆଇପିସି -୭ କୁକୁଡ଼ା ଲଢ଼େଇ ଆଇନଗତ ଏକ ଜଘନ୍ୟ ଅପରାଧ କିନ୍ତୁ ଆଇନକୁ ନଜର ଅନ୍ଦାଜ କରି ପ୍ରତିଦିନ ସକାଳୁ ଲାଗେ ହଜାର ହଜାର ଟଙ୍କାର ଜୁଆ ଖେଳରେ । ଏନେଇ ଜୟପୁର ସଦର ଥାନା ଅଧିକାରୀକୁ ଜଣାଇବାରୁ ଖୁବଶୀଘ୍ର ଅପରାଧୀକୁ ଗିରଫ କରି କୋର୍ଟ ଚାଲାଣ କରାଯିବ କହିଛନ୍ତି ।
କୁକୁଡ଼ା ଗାଲି ପରି ଜୁଆ ଖେଳ ରୋକିବା ପାଇଁ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବାବେଳେ ଏହାକୁ ରୋକା ନଗଲେ ଆଗାମୀ ଦିନରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି ।