
ଭୁବନେଶ୍ୱର– ଆଜି ରଜ ପର୍ବର ଶେଷ ଦିନରେ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଠାରେ ଆୟୋଜିତ ରଜ ମହୋତ୍ସବରେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ ପ୍ରଭାତି ପରିଡା କହିଛନ୍ତି ଯେ, ରଜ ପର୍ବ କେବଳ ଆମ ଓଡ଼ିଆ ସଭ୍ୟତା ଓ ସଂସ୍କୃତିର ପରିଚୟ ନୁହେଁ ବରଂ ଓଡ଼ିଆ ଜାତିର ଧରିତ୍ରୀ ମାତା ଓ ମାତୃଶକ୍ତିକୁ ସମ୍ମାନର ସାଂସ୍କୃତିକ ଅଭିବ୍ୟକ୍ତି। ରଜ ପାନ ଏବଂ ରଜ ଦୋଳିର ମଜା ନେବା ସହ ପିଲାଦିନର କିଛି ଅଭୁଲା ସ୍ମୃତିକୁ ପୁଣିଥରେ ଅନୁଭବ କରିଥିଲେ ଉପମୁଖ୍ୟମନ୍ତ୍ରୀ ।