
ଭୁବନେଶ୍ୱର– ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ସଫଳ କରିବ।
ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇ ସାରିଛି ସବୁ ଦୃଷ୍ଟି କୋଣରୁ। ରାଜ୍ୟର ହଁ କଲ୍ୟାଣକାରୀ ଯୋଜନାଠୁ ଆରମ୍ଭ କରି ଭିତ୍ତିଭୂମି, କୃଷି କ୍ଷେତ୍ର ଭଳି ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ ଓ ସରକାର କେଉଁ ଢାଞ୍ଚାରେ ଚାଲିବେ। ଏସବୁ ଯୋଜନା ପ୍ରସ୍ତୁତ ହୋଇଛି। ଏହାକୁ ନେଇ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇଛି। ଦେଶର ବିକାଶ ପୁରୁଷ ପ୍ରଧାନମନ୍ତ୍ରୀଙ୍କ ହାତରେ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ ହେବ। ପ୍ରଧାନମନ୍ତ୍ରୀ ଆସିବା, ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିବା ଓଡ଼ିଶାର ଜନସାଧାରଣଙ୍କୁ ଓଡ଼ିଶାର ବିକାଶକୁ ବିଜେପିର ପ୍ରତିବଧ୍ୟତାକୁ ଲୋକଙ୍କ ଆଗରେ ପ୍ରଦର୍ଶିତ କରି ଯିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।