
ଭୁବନେଶ୍ୱର– ଯାଜପୁର ଝାଡା ବାନ୍ତି ବ୍ୟାପିବା ଘଟଣାରେ ସରକାରଙ୍କୁ ଘେରିଲେ ବିରୋଧୀ । ବିରୋଧୀ ଦଳ ମୁଖ୍ୟ ସଚେତନ ପ୍ରମିଳା ମଲ୍ଲିକ କଡା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 8 ଦିନ ହେଲା ଝାଡା ବାନ୍ତି ଯୋଗୁଁ ଓଡିଶା ହୁଲୁସ୍ତୁଲ । ଲୋକ ମରିବା ପରେ ମନ୍ତ୍ରୀଙ୍କ ନିଦ ଭାଙ୍ଗିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଆଜି ଯାଜପୁର ଗସ୍ତ କରୁଛନ୍ତି । ଲୋକଙ୍କୁ ମେଡିକାଲରେ ଠିକ ଭାବେ ଚିକିତ୍ସା ମିଳୁନି । ବିଭାଗ ବିଭାଗ ଭିତରେ ତାଳ ମେଳ ନାହିଁ । ଜଣେ ମନ୍ତ୍ରୀ ପାଣି ରୁ ବ୍ୟାପିବା କଥା କହିବା ବେଳେ ଅନ୍ୟ ଜଣେ ପାଣି କାରଣ ନୁହେଁ କହୁଛନ୍ତି । ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ ଗୋଟିଏ ସମୀକ୍ଷା ବୈଠକ ଵି ନେଇ ନାହାନ୍ତି । ମୃତ୍ୟୁ ସଂଖ୍ୟା ଲୁଚା ଯାଉଥିବା ଅଭିଯୋଗ ଆଣିଛନ୍ତି ପ୍ରମିଳା । ବିଭିନ୍ନ ଗଣ ମାଧ୍ୟମରେ ମୃତ୍ୟୁ ସଂଖ୍ୟା 9 ବୋଲି କୁହାଯାଉଥିବା ବେଳେ ସରକାର 7 ରେ ଅଟକିଛନ୍ତି । ଏଥିରୁ ଜଣା ପଡୁଛି ଲୋକଙ୍କ ପ୍ରତି ସରକାରଙ୍କର ଆନ୍ତରିକତା ନାହିଁ ବୋଲି କହି ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।