
ଭୁବନେଶ୍ୱର– ଆଜି ହେଉଛି ରଜ ସଂକ୍ରାନ୍ତି । ଏହି ଅବସରରେ ରାଜ୍ୟବାସୀଙ୍କୁ ରଜ ପର୍ବର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସଂସ୍କୃତି, କୃଷି ଅର୍ଥନୀତି ଓ ଯୁବପିଢ଼ି ସହ ଜଡ଼ିତ “ରଜ ସଂକ୍ରାନ୍ତି” ଅବସରରେ ହାର୍ଦ୍ଦିକ ଶୁଭକାମନା ।