
ଭୁବନେଶ୍ୱର– ଆଜି ରଜ ସଂକ୍ରାନ୍ତି । ରଜପାଇଁ ଗାଁଠୁ ସହର ଉତ୍ସବମୁଖର। ଦୋଳି ଖେଳରେ ମଉଜ କରୁଛନ୍ତି ଝିଅ ବୋହୂ। ଦ୍ୱିତୀୟ ଦିନରେ ସକାଳୁ ସକାଳୁ ଝିଅମାନେ ନୂଆ ପୋଷାକ ପରିଧାନ କରିଛନ୍ତି । ପିଠା, ମିଠାରେ ମହକୁଛି ପୁରଠୁ ପଲ୍ଲୀ । ପିଠା ଖାଇ ଦୋଳି ଖେଳୁଛନ୍ତି ଝିଅମାନେ ।
କୁନି କୁନି ପିଲାମାନେ ପାଦରେ ଅଳତା ଓ ମଥାରେ କୁଙ୍କୁମ ଲଗାଇ ଦୋଳି ଖେଳ ରଜ ପର୍ବକୁ ଧୁମଧାମରେ ପାଳନ କରୁଛନ୍ତି। ଗାଁଠୁ ଆରମ୍ଭ କରି ସହରରେ ଦୋଳି ଖେଳର ଆୟୋଜନ କରାଯାଉଛି।