
ଲକ୍ଷ୍ନୌ– କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଉତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପହଂଚିଛନ୍ତି । ସେ ଏଠାରେ ଆୟୋଜିତ ଏକ ସମାରୋହରେ ପୋଲିସ ଆରକ୍ଷୀ ମାନଙ୍କୁ ନିଯୁକ୍ତିପତ୍ର ବିତରଣ କରିବେ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏଠାରେ ଚୌଧୁରୀ ଚରଣ ସିଂହ ଆନ୍ତର୍ଜାତିକ ବିମାନବନ୍ଦରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭାଜପାର ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ ଚୌଧୁରୀ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବୃଜେଶ ପାଠକ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ । ଶ୍ରୀ ଶାହ ଏଠାରେ ବୃନ୍ଦାବନ ଯୋଜନା ସ୍ଥିତ ଡିଫେନ୍ସ ଏକ୍ସପୋ ମଇଦାନ ସେକ୍ଟର ୧୮ ରେ ଆୟୋଜିତ ପୋଲିସ ଆରକ୍ଷୀ ମାନଙ୍କୁ ନିଯୁକ୍ତିପତ୍ର ବିତରଣ ସମାରୋହରେ ସାମିଲ୍ ହେବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଉତରପ୍ରଦେଶର ନୂତନ ଭାବେ ଚୟନ ହୋଇଥିବା ୬୦,୨୪୪ ପୋଲିସ ଆରକ୍ଷୀଙ୍କୁ ନିଯୁକ୍ତିପତ୍ର ବିତରଣ କରିବେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର କେତେକ ଜିଲ୍ଲାର ମନୋନୀତ ପ୍ରାର୍ଥୀମାନେ ପହଂଚି ସାରିଲେଣି ।