
ନୂଆଦିଲ୍ଲୀ- ଶାହିନ ବାଗରେ ଫାଇରିଂ କରିଥିବା କପିଲ ଗୁର୍ଜରର ପୋଲିସ ରିମାଣ୍ଡ ଦୁଇ ଦିନ ପାଇଁ ବଢିଛି । ଗୁରୁବାର ଦିନ କପିଲର ପୋଲିସ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରା ଯାଇଥିଲା । ଏହା ପରେ କୋର୍ଟ ତାଙ୍କୁ ଆଉ ଦୁଇଦିନ ପୋଲିସ ରିମାଣ୍ଡରେ ପଠାଇବାକୁ ଅନୁମତି ପ୍ରଦାନ କରିଛନ୍ତି ।
ଉଲ୍ଲେଖନୀୟ ଯେ ଗତ ଚାରି ତାରିଖ ଦିନ କୋର୍ଟ ପୋଲିସ ରିମାଣ୍ଡକୁ ଛଅ ତାରିଖ ଯାଏ ବଢାଇଥିଲେ । ତାଙ୍କୁ ଅସ୍ତ୍ର ଦେଇଥିବା ଅଜିତଙ୍କୁ ଗତ ଚାରି ତାରିଖ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ।
ଗତ ଜାନୁଆରୀ ୩୧ ତାରିଖ ଦିନ କପିଳ ନିଜର ସାଙ୍ଗଠାରୁ ବନ୍ଧୁକ ଧାର ନେଇ ଶାହୀନ ବାଗରେ ଫାଇରିଂ କରିଥିଲା । ଏହା ପରେ ସ୍ଥାନୀୟ ଲୋକ ମାନେ ତାକୁ ପୋଲିସରେ ଦେଇଥିଲେ ।