-
ପଟିଆଲା ହାଉସ କୋର୍ଟରେ ଶୁକ୍ରବାର ହେବ ଶୁଣାଣୀ
ନୂଆଦିଲ୍ଲୀ- ନିର୍ଭୟା ମାମଲାରେ ତିହାର ଜେଲ ପ୍ରଶାସନ ପଟିଆଲା ହାଉସ କୋର୍ଟରେ ଆବେଦନ କରି ଚାରି ଜଣ ଦୋଷୀଙ୍କ ବିରୁଦ୍ଧରେ ନୂଆ ଡେଥ ବାରେଂଟ ଜାରୀ କରିବାକୁ ଦାବି କରିଛି । ପଟିଆଲା ହାଉସ କୋର୍ଟରେ ଶୁକ୍ରବାର ଦିନ ଏହା ଉପରେ ଶୁଣାଣୀ ହେବ ।
ତିହାର ଜେଲ ପ୍ରଶାସନ ପକ୍ଷରୁ ଏହି ଆବେଦନରେ କୁହା ଯାଇଛି ଯେ ଅକ୍ଷୟ, ମୁକେଶ ଓ ବିନୟର ଦୟା ଆବେଦନକୁ ରାଷ୍ଟ୍ରପତି ଖାରଜ କରି ସାରିଛନ୍ତି । ଏବେ ଅନ୍ୟ କୌଣସି ଫୋରମରେ କୌଣସି ଦୋଷୀଙ୍କର କୌଣସି ଆବେଦନ ନାହିଁ । ଏଭଳି ପରିସ୍ଥିତିରେ ସେମାନଙ୍କ ପାଇଁ ନୂଆ ଡେଥ ବାରେଂଟ ଜାରୀ କରା ଯାଉ ।