
ଭୁବନେଶ୍ୱର– ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ତଥା ରାଜ୍ୟର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସୁଖୀ, ନିରୋଗ ଓ ଦୀର୍ଘାୟୁ କରିବା ସହ ଜନସେବା ପାଇଁ ଅସୀମ ଶକ୍ତି ପ୍ରଦାନ କରନ୍ତୁ।