
ଭୁବନେଶ୍ୱର– ଓଡ଼ିଶାର ଗଣ ପର୍ବ ‘ରଜ’ର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଗଣ ପର୍ବ ‘ରଜ’ ଅବସରରେ ହାର୍ଦ୍ଦିକ ଶୁଭକାମନା ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜା କରିବା ଏବଂ ସମ୍ମାନ ଜଣାଇବା ‘ରଜ’ ପର୍ବର ଅନନ୍ୟ ପରମ୍ପରା । ଏହି କୃଷିଭିତ୍ତିକ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେବା ସହ ସମାଜରେ ଭାଇଚାରାକୁ ଅଧିକ ସୁଦୃଢ଼ କରୁ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କାମନା ।