
ଭୁବନେଶ୍ୱର– ଆଇଇଡି ବ୍ଲାଷ୍ଟରେ ସହିଦ ଯବାନଙ୍କ ବଳିଦାନକୁ ନେଇ ପୃଥ୍ୱୀରାଜ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା-ଝାଡଖଣ୍ଡ ସୀମାରେ କମ୍ବିଂ ଅପରେସନ ବେଳେ ଆଇଇଡିବ୍ଲାଷ୍ଟରେ ସିଆରପିଏଫର ଏଏସଆଇସତ୍ୟବାନ୍ ସିଂହଙ୍କ ବୀରତ୍ୱପୂର୍ଣ୍ଣ ବଳିଦାନ ବିଷୟରେ ଜାଣି ମୁଁ ଗଭୀର ଭାବେ ଦୁଃଖିତ ଏବଂ ମର୍ମାହତ। ଦେଶ ସୁରକ୍ଷାରେ ନିଜ ଜୀବନ ଉତ୍ସର୍ଗ କରି ସେ ସେବା ଓ ସାହସର ଉଚ୍ଚତମ ଆଦର୍ଶ ପ୍ରତିଷ୍ଠା କରିଛନ୍ତି।
ଶହୀଦ ଯବାନଙ୍କ ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି ଏଥି ସହ ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ଜ୍ଞାପନ କରୁଛି।